
Pulse of Euphoria
PRO & Creator Features
Unlock advanced AI features with Pro (Audio2Audio, Photo Covers, LoRA) or Creator (Voice Clone, Variations, Edit Sections, Stem Separation).
Audio2Audio Remix
Pro & Creator
Voice Clone
Creator
Create Variations
Creator only
Edit Sections
Creator only
Stem Separation
Creator only
Lyrics
▶ Play this song to follow along.
ମାଆଙ୍କ ମହିମା
ଶୁଣ ଶୁଦ୍ଧଜନେ ମନ ପ୍ରାଣକୁ ଦେଇ
ମାଆର ମହିମା କହୁ ଅଛି ବୁଝାଇ । (एक)
କେମିତି ଏ ପିଠକୁ ମାଆ ବିଜେ କରିଲା
ଟିକି ଟିକି ସେହିକଥା ବର୍ଣ୍ଣନା କଲା । (दो)
ଭାଟପଡା ଗଡେ ଅଛି ଛୋଟ ନଗର
ଭଗବତୀ ପୁର ଅଟେ ନାମଟି ତାର । (तीन)
ପାହାଡ ପାଦ ଦେଶର ଗ୍ରାମ ଶେଷରେ
ବିଜେ କରି ଥିଲା ମାଆ ହରଷ ଭରେ । (चार)
ଏକ ଦିନେ ଭକ୍ତ ଟିଏ ସେଠାକୁ ଗଲା
ମାଆର ଦର୍ଶନ କରି ଫେରି ଆସିଲା । (पांच)
ଏହିପରି କିଛି ଦିନ ଆସିବା ପରେ
ଭାବିଲା ମାଆକୁ ନେବ ନିଜ ସାଥିରେ । (छह)
ଭକ୍ତର ଏ ମନ କଥା ମାଆ ଜାଣିଲା
ପୂଜା ଭକ୍ତି ଦେଖି ମାଆ ଖୁସି ହୋଇଲା । (सात)
ଭକ୍ତିରେ ତାହାର ମାଆ ସନ୍ତୁଷ୍ଟ ହୋଇ
ସ୍ଵପ୍ନରେ କଇଲା ଦିନେ ତାହାକୁ ଯାଇ । (आठ)
ଭାବି ଅଛୁ ନେବୁ ମୋତେ ଗ୍ରାମକୁ ତୋର
ସଫଳ ହୋଇବ ଦିନେ ଭାବନା ତୋର । (नौ)
ସ୍ଥାପନା କରିବୁ ନେଇ ଗ୍ରାମରେ ତୋର
ବିଖ୍ୟାତ ହୋଇବ ଦିନ ପିଠ ମୋହର । (दस)
ଅତି ନିକଟରେ ଭକ୍ତ ମାଆଙ୍କୁ ପାଇ
ଆନନ୍ଦରେ ଲୁହ ଧାର ଝରି ପଡ଼ଇ । (ग्यारह)
ପଣତ କାନିରେ ମାଆ ଲୁହ ପୋଛିଲା
ବିଧି ବିଧାନ ତାହାର ସବୁ କହିଲା । (बारह)
କହିଲାରେ ବାବୁ ତୁ ଏମନ୍ତ କରିବୁ
ମନ୍ଦାର ଫୁଲର ଏକ ମାଳ କରିବୁ । (तेरह)
ସେ ମାଳକୁ ନେଇ ଯିବୁ ସାଙ୍ଗରେ ତୋର
ରଖିବୁ ତାହାକୁ ନେଇ ମସ୍ତକେ ମୋର । (चौदह)
ଯେତେ ବେଳେ ଆଜ୍ଞାମାଳ ଖସିବ ମୋର
ଏକ ମୁଁହା ହୋଇ ଯିବୁ ଗ୍ରାମକୁ ତୋର । (पंद्रह)
ମାଆର ଏହି କଥା ଶୁଣି ଖୁସି ମନରେ
ପ୍ରବେଶ ହୋଇଲା ଯାଇ ମାଆ ମନ୍ଦିରେ । (सोलह)
ଆଜ୍ଞାମାଳ ନେଇ ଗଲା ଗ୍ରାମକୁ ତାର
ସ୍ଥାପନା କରିଲା ଗମ୍ଭୀରାରେ ତାହାର । (सत्रह)
ଜେମିତି କହିଲା ତାର ଵିଧି ବିଧାନ
ସେହିପରି ଭକ୍ତ ଆଣି କଲ